ଜଗା ପାଖକୁ ଧାଡିରେ ଜିବେ ଭକ୍ତ:୫ଟି ରାମ୍ପରେ ଶୃଙ୍ଖଳିତ ଦର୍ଶନ: ଘଣ୍ଟାକୁ ୮ରୁ ୧୦ ହଜାର ଭକ୍ତ ପାଇବେ ସୁବିଧା

Spread the love

ଭୁବନେଶ୍ୱର, ୨୫/୦୮: ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିରକୁ ଦିନକୁ ଦିନ ଭକ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଭିଡ଼ ନିୟନ୍ତ୍ରଣ ସହ ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପ୍ରସ୍ତୁତ ହେଉଛି ନୂଆ ରୋଡମ୍ୟାପ୍।

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ହୋଇଥିବା ଉଚ୍ଚସ୍ତରୀୟ ବୈଠକ ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି। ଯୋଜନା ଅନୁସାରେ ଶ୍ରଦ୍ଧାଳୁଙ୍କ ଯାତାୟାତ ଓ ଦର୍ଶନକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ୫ଟି ରାମ୍ପ ବ୍ୟବସ୍ଥା କରାଯିବ।

୫ଟି ରାମ୍ପରେ ଏକସଙ୍ଗେ ୫୦ ଶ୍ରଦ୍ଧାଳୁ

ନୂଆ ଯୋଜନା ଅନୁଯାୟୀ, ୫ଟି ରାମ୍ପରେ ପ୍ରାୟ ୫୦ ଜଣ ଶ୍ରଦ୍ଧାଳୁ ଏକସଙ୍ଗେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏହି ବ୍ୟବସ୍ଥା ଦ୍ୱାରା ଭକ୍ତମାନଙ୍କୁ ଅନାବଶ୍ୟକ ଠେଲାପେଲା କିମ୍ବା ଭିଡ଼ ଭିତରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

ଆକଳନ ଅନୁସାରେ, ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଗୋଟିଏ ଘଣ୍ଟାରେ ପ୍ରାୟ ୮ ହଜାରରୁ ୧୦ ହଜାର ଭକ୍ତ ଧାଡ଼ିରେ ସୁରୁଖୁରୁରେ ଦର୍ଶନ କରିପାରିବେ। ବିଶେଷକରି ଛୁଟି ଦିନ, ପର୍ବପର୍ବାଣୀ ଓ ଭିଡ଼ ଅଧିକ ହେଉଥିବା ସମୟରେ ଏହି ବ୍ୟବସ୍ଥା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିପାରେ।

IIT ଭୁବନେଶ୍ୱରର ବୈଷୟିକ ସହଯୋଗ

ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ସୁଚାରୁ ଓ ବୈଜ୍ଞାନିକ ଢଙ୍ଗରେ ପ୍ରସ୍ତୁତ କରିବା ପାଇଁ IIT ଭୁବନେଶ୍ୱରକୁ ଯାନ୍ତ୍ରିକ ଯାଞ୍ଚ ଓ ବୈଷୟିକ ପରାମର୍ଶର ଦାୟିତ୍ୱ ଦିଆଯାଇଛି। ବିଭିନ୍ନ ବିକଳ୍ପ ଉପରେ ତର୍ଜମା ପରେ ଏକ ପାଇଲଟ୍ ମଡେଲ ପ୍ରସ୍ତୁତ କରିବାକୁ ଆଲୋଚନା ହୋଇଛି।

ମନ୍ଦିରର ନୀତିକାନ୍ତିରେ କୌଣସି ବାଧା ସୃଷ୍ଟି ନକରି ଏବଂ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ସହଜ ରଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଆସନ୍ତା କିଛି

Leave a Reply

Your email address will not be published. Required fields are marked *