ମୁମ୍ବାଇରେ ଗ୍ରୀନ୍ ଚିଲିଜ୍କୁ ଅନ୍ତର୍ଜାତୀୟ ଗ୍ଲୋରି ପୁରସ୍କାର-୨୦୨୬
ଭୁବନେଶ୍ୱର: ଓଡ଼ିଶାର ଖାଦ୍ୟ ଓ କ୍ୱିକ୍ ସର୍ଭିସ୍ ରେଷ୍ଟୁରାଣ୍ଟ (QSR) ବ୍ରାଣ୍ଡ ଗ୍ରୀନ୍ ଚିଲିଜ୍ ମୁମ୍ବାଇରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଗ୍ଲୋରି ପୁରସ୍କାର (IGA) ୨୦୨୬ରେ ପ୍ରତିଷ୍ଠିତ ସମ୍ମାନ ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଛି। ମୁମ୍ବାଇର ନୋଭୋଟେଲ୍ ଜୁହୁଠାରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଗ୍ରୀନ୍ ଚିଲିଜ୍କୁ ଖାଦ୍ୟ, ଆତିଥ୍ୟ ଓ କ୍ୟାଟରିଂ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ “ମୋଷ୍ଟ ପ୍ରୋମିସିଂ କ୍ୟାଟରିଂ ସର୍ଭିସେସ୍ QSR ରେଷ୍ଟୁରାଣ୍ଟ ଚେନ୍ ଅଫ୍ ଦି ଇୟର୍–
” ପୁରସ୍କାର ପ୍ରଦାନ କରାଯାଇଛି।
ସମାରୋହର ମୁଖ୍ୟ ଅତିଥି ବଲିଉଡ୍ ସୁପରଷ୍ଟାର ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଅଭିନେତା ଅଜୟ ଦେବଗନ୍ ଗ୍ରୀନ୍ ଚିଲିଜ୍ର ପ୍ରତିଷ୍ଠାତା ଏମ୍. କେଶବ ରାଓ ଏବଂ ନିର୍ଦ୍ଦେଶକ ଏମ୍. ଜୟପ୍ରସାଦ ରାଓ ଓ ଏମ୍. ତେଜେଶ୍ୱର ରାଓଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।
ଏହି ଅବସରରେ ଗ୍ରୀନ୍ ଚିଲିଜ୍ ପକ୍ଷରୁ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ଜାତୀୟ ମଞ୍ଚରେ ପ୍ରଦର୍ଶିତ କରାଯାଇଥିଲା। ଦଳ ପକ୍ଷରୁ ଅଜୟ ଦେବଗନଙ୍କୁ ପାରମ୍ପରିକ ଓଡ଼ିଆ ଉତ୍ତରୀୟ ପ୍ରଦାନ କରାଯିବା ସହ ଭଗବାନ ଶ୍ରୀଜଗନ୍ନାଥଙ୍କ ଏକ ସୁନା ଖଚିତ ପ୍ରତିମା ଉପହାର ଦିଆଯାଇଥିଲା। ଏଥିରେ ଦେବଗନ୍ ଆନନ୍ଦ ପ୍ରକାଶ କରିବା ସହ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ପ୍ରତି ପ୍ରଶଂସା ବ୍ୟକ୍ତ କରିଥିବା ଜଣାପଡ଼ିଛି। ଏଥିସହ ସେ ଭବିଷ୍ୟତରେ ଓଡ଼ିଶା ଗସ୍ତ କରି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଥିବା କୁହାଯାଇଛି।
ପୁରସ୍କାର ପାଇବା ପରେ ପ୍ରତିଷ୍ଠାତା ଏମ୍. କେଶବ ରାଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲପାଇବା ଓ ସମର୍ଥନକୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି। ଜାତୀୟ ସ୍ତରର ଏହି ସମ୍ମାନ ଗ୍ରୀନ୍ ଚିଲିଜ୍ର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବା ସହ ଓଡ଼ିଶାରୁ ଜାତୀୟ ସ୍ତରକୁ ଉଭା ହେଉଥିବା ଖାଦ୍ୟ ଓ ଆତିଥ୍ୟ ବ୍ରାଣ୍ଡର ବଢ଼ୁଥିବା ପ୍ରଭାବକୁ ପ୍ରତିଫଳିତ କରିଛି।
