କ୍ରୀଡ଼ା ସାମ୍ବାଦିକତା ପ୍ରଫୁଲ୍ଲ, ତୁଷାର ଓ ଚକ୍ରଧର ସମ୍ମାନିତ !

0
Spread the love

ଧୂମଧାମରେ ପାଳିତ ହେଲା ଉତ୍କଳ କରାଟେ ସ୍କୁଲ୍‌ର ବାର୍ଷିକ ଉତ୍ସବ

ଭୁବନେଶ୍ବର : ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠା ଦିବସ ଶନିବାର ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅନୁଷ୍ଠିତ ଏହି ଉତ୍ସବରେ କ୍ରୀଡ଼ାକ୍ଷେତ୍ର ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୩ ଜଣ କ୍ରୀଡ଼ା ସାମ୍ବାଦିକ ‘ସମ୍ବାଦ’ର ପ୍ରଫୁଲ୍ଲ କିଶୋର ସାହୁ, ‘ସକାଳ’ର ତୁଷାର କୁମାର ସେନାପତି ଓ ଡିଜିଟାଲ ମିଡିଆ ‘ସ୍ପୋର୍ଟସ ଟୁଡେ’ ଚକ୍ରଧାରୀ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଗତ ୧୧ ବର୍ଷ ଧରି ପ୍ରଫୁଲ କ୍ରୀଡ଼ା ସାମ୍ବାଦିକ କରି ଆସୁଛନ୍ତି। ଓଡ଼ିଶାରେ ଆୟୋଜିତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ସହ କୋଲକାତାରେ ଆଇପିଏଲ୍‌ ମ୍ୟଚ୍‌ ଖବରକୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ସେହିଭଳି ସକାଳ ଖବରକାଗଜର କ୍ରୀଡ଼ା ସାମ୍ବାଦିକ ତୁଷାର ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରିପୋର୍ଟି କରିଛନ୍ତି। ଚକ୍ରଧର ବିଭିନ୍ନ ଖବରକାଗଜରେ କାମ କରିବାରେ ନିଜେ ‘ସ୍ପୋର୍ଟ୍ସ ଟୁଡେ’ ନାମକ ଏକ ଡିଜିଟାଲ୍‌ ଚ୍ୟାନେଲ୍‌ ଖୋଲି କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ଆଗକୁ ନେବାକୁ ପ୍ରୟାସ ଜାରି ରଖିଛନ୍ତି। ସେ ମଧ୍ୟ ଜଣେ ପୂର୍ବତନ ଖେଳାଳି ହେବା ସହ ଏବେ ଓଡ଼ିଶା ଟେନିସ ଵଲ କ୍ରିକେଟ ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ସହ ‘ନ୍ୟୁଜ୍‌୧୮ ଓଡ଼ିଆ’ର ବରିଷ୍ଠ କ୍ୟାମେରାମ୍ୟାନ୍‌ ଗୌରପ୍ରସାଦ ରାଜଗୁରୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ବଡିଂ ବିଲ୍ଡିଂ ପ୍ରତିଯୋଗିତା ସହ ମହିଳାମାନଙ୍କ ମଧ୍ୟରେ ଫେସନ୍‌ ସୋ ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ଓଡ଼ିଶା ଅଲିମ୍ପିକ୍‌ ସଂଘର ସଭାପତି ସମୀର ମହାନ୍ତି, ଆଇଜି ପୁଲିସ ଊମାଶଙ୍କର ମିଶ୍ର ଓ ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକ, ଓଡ଼ିଶା ଭାରୋତ୍ତୋଳନ ସଂଘ ସଭାପତି ଚିତ୍ତରଞ୍ଜନ ସ୍ବାଇଁ ଓ ଗୌରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *